ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତର ପ୍ରଥମ ଟି-୨୦ ବର୍ଷା ଧୋଇଯିବା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ବୁଧବାର ଉପରେ। ବୁଧବାର ମୋହାଲିରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା। ହେଲେ ଏହି ମ୍ୟାଚ୍‌ରେ ଉଭୟ ଦଳ ନୂଆ ଲୋଗୋ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ।

ଖୁସିର କଥା ହେଲା ଭାରତୀୟ ଦୁଗ୍ଧ ଉତ୍ପାଦନ ଦ୍ରବ୍ୟ କମ୍ପାନି ‘ଅମୁଲ’ ଲୋଗୋ ଥିବା ଜର୍ସି ପିନ୍ଧି ପଡ଼ଆକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା ଟିମ୍‌। ଅମୁଲ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳର ସ୍ପନ୍‌ସର ହୋଇଛି। ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଚୁକ୍ତି କରିଛି ଅମୁଲ।

ଏହାପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ମୁଖ୍ୟ କମର୍ସିଆଲ୍ ଅଧିକାରୀ କୁଙ୍ଗାଡ୍ରି ଗୋବେଣ୍ଡର ଅମୁଲକୁ ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ୱାରା ଭାରତୀୟ ଉପମହାଦେଶରେ ଦଳକୁ ଅଧିକ ସମର୍ଥନ ମିଳିପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଅମୁଲ ହେଉଛି ଗୋଟିଏ ଦୁଗ୍ଧ ଉତ୍ପାଦକାରୀ କମ୍ପାନି। ଦୁଗ୍ଧଜାତ ଦ୍ରବ୍ୟ ତଥା ଖାଦ୍ୟ ପ୍ରଦାର୍ଥ ନିର୍ମାଣକାରୀ କମ୍ପାନି ଅମୁଲର ସ୍ଥାନ ବିଶ୍ୱସ୍ତରରେ ନବମ ସ୍ଥାନରେ ଅଛି।

ଅନ୍ୟପକ୍ଷରେ ଭାରତୀୟ ଟିମ୍‌ ବାୟଜୁ ଲୋଗୋ ଥିବା ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ। କିଛି ମାସ ତଲେ ଓପୋ ନିଜ ସ୍ପନସ୍‌ରସିପ୍‌କୁ ବାୟଜୁକୁ ଦେଇଥିଲା। ଯାହା ଫଳରେ ଓପୋ ବଦଳରେ ବର୍ତ୍ତମାନ ଭାରତୀୟ ଟିମ୍‌ର ଜର୍ସିରେ ବାୟଜୁ ଲୋଗ ରହିବ।

ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଆସିଛି। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ଦଳ ଭାରତୀୟ ଟିମ୍ ସହ ତିନୋଟି ଟି-୨୦ ଓ ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହାରି ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଯାଇଥିବା ବେଳେ ଆସନ୍ତାକାଲି ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।

Comment