ଓଡ଼ିଶାଲାଇଭ୍ ବ୍ୟୁରୋ

ହିରୋ ଇଣ୍ଡିଆନ ସୁପର ଲିଗର ଆଗାମୀ ସଂସ୍କରଣ ନିମନ୍ତେ ତାର ଅଫିସିଆଲ ଲୋଗୋ ପ୍ରସ୍ତୁତ କରିଛି ଓଡ଼ିଶା ଏଫ୍‌ସି ଦଳ। ଦିଲ୍ଲୀ ଡାଇନାମୋ ଦଳ ବଦଳରେ ଏହି ନୂଆ ଦଳ ଲିଗରେ ପ୍ରବେଶ କରିଛି।

ରବିବାର ନୂଆ ଲୋଗୋକୁ ନେଇ ଦଳ ଏକ ଭିଡ଼ିଓ ସେଆର କରିଛି। ଏହି ଲୋଗୋରେ ଦର୍ଶକ କୋଣାର୍କର ବିଶ୍ୱପ୍ରସିଦ୍ଧ ୨୪ ଅଖ ବିଶିଷ୍ଟ ଚକକୁ ଦେଖିବାକୁ ପାଇବେ। ଏହାସହ ଗୋଟିଏ ଜାହାଜର ଚିତ୍ର ମଧ୍ୟ ଏହି ଲୋଗୋରେ ସ୍ଥାନ ପାଇଛି।

ଦଳ ପକ୍ଷରୁ କୁହାଯାଇଛି ଯେ, ଲୋଗୋରେ ଏହି ଚକ୍ର ଆନ୍ଦୋଳନ ଓ ବିକାଶର ପ୍ରତୀକ ହୋଇ ରହିବ। କୋଣାର୍କର ଏହି ଚକ ଦଳର ସବୁବେଳେ ଉକୃଷ୍ଟ ପ୍ରଦର୍ଶନ କରିବାକୁ ପ୍ରେରିତ କରିବ। ଏଥିସହ ଦଳ ସବୁବେଳେ ଯୁବଶକ୍ତି ଓ ସାମର୍ଥ୍ୟ ପ୍ରତି ଆସ୍ଥା ପ୍ରକଟ କରିଛି।

ସେହିଭଳି ଲୋଗୋରେ ଥିବା ଜାହାଜର ଚିହ୍ନ ଦଳର ମୂଳ କମ୍ପାନିର ଚିହ୍ନକୁ ନେଇ ତିଆରି କରାଯାଇଛି। ଜିଏମ୍‌ଏମ୍ ନାମକ କମ୍ପାନି ବିଶ୍ୱରେ ଜାହାଜମାନଙ୍କ କିଣିବା ପାଇଁ ପ୍ରସିଦ୍ଧି ଅର୍ଜନ କରିଛି। ‘ଆମ ଟିମ୍ ଆମ ଗେମ୍’ ନାମରେ ଏହାର ଅଫିସିଆଲ୍ ଟ୍ୟାଗଲାଇନ୍ ଘୋଷଣା କିରିଛି।

ଇଣ୍ଡିଆନ୍ ସୁପର ଲିଗର ଷଷ୍ଠ ସିଜିନ୍ ଆଗାମୀ ଅକ୍ଟୋବର ୨୦ ତାରିଖରୁ ଆରମ୍ଭ ହେବ। ଏଥିସହ ନଭେମ୍ବର ୨୪ରେ ଓଡ଼ିଶା ଏଫ୍‌ସି ତାର ପ୍ରଥମ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବ।

Comment