ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଜନ୍ମଦିନ ନିଜ ରାଜ୍ୟ ଗୁଜୁରାଟରେ କାଟିଛନ୍ତି। ମା’ ହିରବେନଙ୍କଠାରୁ ଆଶୀର୍ବାଦ ନେଇ ଦିନ ଆରମ୍ଭ କରିଥିବା ମୋଦୀ ଆଜି ଲଞ୍ଚ୍‌ ମଧ୍ୟ ମା’ଙ୍କ ସହ କରିଛନ୍ତି। ଭୋଜନ କରିବା ସମୟର କିଛି ଫଟୋ ଏବେ ସୋସିଆଲ ମଡିଆରେ ଭାଇରାଲ ହେଉଛି।

ଜନ୍ମଦିନରେ ସେ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିବା ପାଇଁ ସର୍ଦ୍ଦାର ଡ୍ୟାମରେ ପହଁଚିଥିଲେ। ଏହାପରେ ସେ କେୱଡିଆର ଗରୁଡେଶ୍ଵର ଦତ୍ତ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ମୋଦୀଙ୍କ ପାଇଁ ଆଜି ବିଭିନ୍ନ ସ୍ଥାନରେ ଲୋକେ ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ରାଜନେତା, ଅଭିନେତା, କ୍ରୀଡ଼ାବିତ୍ତ୍‌ ଆଦି ସମସ୍ତେ ଆଜି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି।

Comment