ଓଡ଼ିଶାଲାଇଭ ବ୍ୟୁରୋ

ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ ଘଟଣାର ତଦନ୍ତ ପଦକ୍ଷେପକୁ ନେଇ ୨ଟି ବିଭାଗକୁ ନୋଟିସ କରିଛନ୍ତି ରାଜ୍ୟ ମାନବଧିକାର କମିଶନ। ଏନେଇ ସ୍ଵାସ୍ଥ୍ୟ ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ କରାଯାଇଛି।

ନୋଟିସରେ ରାଗିଂ ରୋକିବାକୁ କ’ଣ ପଦକ୍ଷେପ ନିଆଯାଉଛି? ଅଭିଯୁକ୍ତଙ୍କ ପ୍ରତି କାହିଁକି ଫୌଜଦାରୀ ମାମଲା ହେଉନି? ଆଦିର ଜବାବ ମାଗିଛନ୍ତି ମାନବଧିକାର କମିଶନ। ତେବେ ଆସନ୍ତା ୧୦ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଗୋଟିଏ ମାସ ମଧ୍ୟରେ ଅନେକ କଲେଜରେ ଛାତ୍ରମାନଙ୍କୁ ରାଗିଂ ଅଭିଯୋଗ ହୋଇଛି। କେବଳ ସମ୍ଵଲପୁରରୁ ୩ଟି ରାଗିଂ ଘଟଣା ସାମ୍ନାକୁ ଆସିଥିଲା। ତେବେ ଆଜି ରେଭେନ୍ସାରେ ମଧ୍ୟ ରାଗିଂ ଘଟଣାରେ ୬ଜଣ ଛାତ୍ରଙ୍କୁ ହେଷ୍ଟେଲରୁ ବିଦା କରାଯାଇଛି।

Comment