ଓଡ଼ିଶାଲାଇଭ ବ୍ୟୁରୋ

ରେଳ କର୍ମଚାରୀଙ୍କୁ ଖୁସି କରାଇଲେ କେନ୍ଦ୍ର ସରକାର। ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ଏଥିରେ ମୋଟ ୧୧ ଲକ୍ଷ ୫୨ ହଜାର ରେଳ କର୍ମଚାରୀ ବୋନସ ପାଇବେ।

ତେବେ ଏହି ବୋନସ ଦେବା ଖବର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି। ସେ କହିଛନ୍ତି, “ଏହି ବୋନସରେ ସରକାର ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଲଗାତାର ୬ବର୍ଷ ଧରି ରେଳ କର୍ମଚାରୀଙ୍କୁ ବୋନସ ଦେବାରେ ମୋଦୀ ସରକାର ସଫଳତା ହାସଲ କରିଛନ୍ତି।“

ରେଳ କର୍ମଚାରୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଖବର ପରେ ରେଳ କର୍ମଚାରୀଙ୍କ ମଧ୍ୟ ଖୁସିର ମାହୋଲ ଦେଖାଯାଇଛି।

Comment