ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ବାକି ରହିଛି ତେବେ ଶୀଘ୍ର ସାରି ଦିଅନ୍ତୁ। କାହିଁକି ନାଁ ଆଗକୁ ଲମ୍ବା ବ୍ୟଙ୍କ ଛୁଟି ହେବାର ସମ୍ଭାବନା ରହିଛି। ଚଳିତ ମାସର ତୃତୀୟ ସପ୍ତାହ ଏବଂ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ପାଖାପାଖି ୧୦ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ଆସନ୍ତୁ ଜାଣିବା କେଉଁଦିନ ବ୍ୟାଙ୍କ ବନ୍ଦ ରହିବ?

ଆସନ୍ତା ୨୬ରୁ ୨୯ ତାରିଖ ଯାଏଁ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ସଂଘ ୨୬ ଓ ୨୭ ତାରିଖରେ ବନ୍ଦ ଡାକରା ଦେଇଛନ୍ତି। ତେଣୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୨୮ ଓ ୨୯ ତାରିଖ ଯଥାକ୍ରମେ ମାସର ଚତୁର୍ଥ ଶନିବାର ଏବଂ ରବିବାର ପଡ଼ୁଥିବାରୁ ଏହି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ।

ଅନ୍ୟପକ୍ଷରେ ବ୍ୟାଙ୍କ ଅର୍ଦ୍ଧବାର୍ଷିକ ପାଇଁ ଅକ୍ଟୋବର ୧ରେ ବ୍ୟାଙ୍କ ଛୁଟି ରହିପାରେ। ଏହାର ପର ଦିନ ଅକ୍ଟେବାର ୨ରେ ଗାନ୍ଧୀ ଜୟନ୍ତୀ ପାଇଁ ସମସ୍ତ ବ୍ୟାଙ୍କ ଛୁଟି ରହିବ। ତେବେ ଅକ୍ଟୋବର ୩ ଓ ୪ ବ୍ୟାଙ୍କ ଖୋଲା ରହୁଥିବା ବେଳେ ୫ରୁ ୮ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ପୁଣି ବନ୍ଦ ରହିବ।

ଅକ୍ଟୋବର ୫ରେ ମହାସପ୍ତମୀ, ୬ ରବିବାର, ୭ ମହାନବମୀ ଏବଂ ୮ ଦଶହରା ଥିବା ଯୋଗୁଁ ଏହି ୪ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଯଦି ବ୍ୟାଙ୍କରେ କିଛି ଜୁରୁରୀ କାମ ରହିଛି ତେବେ ଜଲ୍‌ଦି ସାରିଦିଅନ୍ତୁ।

Comment