ଓଡ଼ିଶାଲାଇଭ ବ୍ୟୁରୋ

ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୋଲିସ। ନିହାରିକାକୁ ବୟଫ୍ରେଣ୍ଡ ରାଜା ହତ୍ୟା କରିଛି। ଏକଥାକୁ ସାମ୍ଵାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଏସପି ଆର ପ୍ରକାଶ।

ଗତ ୮ ତାରିଖରେ ରାଜା ନିହାରିକାକୁ ନର୍ସିଂହୋମରୁ ନେଇ ଚାଉଳିଆଗଞ୍ଜସ୍ଥିତ ତାର ବନ୍ଧୁ ଘରକୁ ଯାଇଥିଲା। ସେଠାରେ ରାଜା ଓ ନିହାରିକା ମଧ୍ୟରେ ଚାକିରିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରେ ରାଜା ନିହାରିକୁ ହତ୍ୟା କରି ଏକ ଅଖାରେ ଶବକୁ ଭର୍ତ୍ତି କରିଥିଲା।

ପରେ ତା ବାଇକରେ ଶବକୁ ବାନ୍ଧି ନେଇଯାଇଥିଲା ବିରିଡି ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାକୁ। ସେଠାରେ ଶବକୁ ଫୋପାଡ଼ି ଫେରାର ହୋଇଥିଲା ବୋଲି ପୋଲିସ ଆଗରେ ମାନିଛି ରାଜା।

ଗତ ୧୭ ତାରିଖରେ ବିଲୁଆଖାଇ ନଦୀ ପଠାରୁ ମିଳିଥିଲା ନର୍ସ ନିହାରିକାର ମୃତଦେହ। ଏହାପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ବୟଫ୍ରେଣ୍ଡ ଉପରେ ପ୍ରଥମ ସନ୍ଦେହ ଯାଇଥିଲା ପୋଲିସର। ପରେ ରାଜାର ଆତ୍ମସମର୍ପଣ ପରେ ପୋଲିସ ଆଗରେ ସତ ମାନିଛି ରାଜା।

Comment