ଓଡ଼ିଶାଲାଇଭ ବ୍ୟୁରୋ

ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ବୟଫ୍ରେଣ୍ଡ ରାଜାକୁ ଜେଲ ପଠାଯାଇଛି। ଗିରଫ ହେବା ପରେ ରାଜା ଜାମିନ ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଥିଲା। ହେଲେ କୋର୍ଟ ଜାମିନ ଆବେଦନ ଖାରଜ କରିବା ସହ ତାକୁ ଜଗତସିଂହପୁରସ୍ଥିତ ଆଳିପିଙ୍ଗଳ ଜେଲକୁ ପଠାଇଛି।

ନର୍ସ ନିହାରିକାକୁ ରାଜା ଗତ ୮ ତାରିଖ ଦିନ ନର୍ସିଂହୋମ ପାଖରୁ ଗାଡ଼ିରେ ବସାଇ ଚାଉଳିଆଗଞ୍ଜସ୍ଥିତ ବନ୍ଧୁ ଘରକୁ ନେଇଯାଇଥିଲା। ସେଠାରେ ଦୁଇଜଣଙ୍କ ମଧ୍ୟରେ ବିବାହକୁ ନେଇ ବିବାଦ ହୋଇଥିଲା। ଏଥିରେ ରାଜା ଉତ୍ୟକ୍ତ ହୋଇ ନିହାରିକାର ତଣ୍ଟି ଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ଏକ ଅଖାରେ ପୁରାଇ ବାଇକରେ ନେଇ ବିଲୁଆଖାଇ ନଦୀ ପଠାରେ ଫୋପାଡ଼ା ଫେରାର ହୋଇଯାଇଥିଲା।

ପ୍ରାୟ ୧୦ ଦିନ ପରେ ଗତ ୧୭ ତାରିଖ ଦିନ ପୋଲିସ ବିରିଡ଼ିସ୍ଥିତ ବିଲୁଆଖାଇ ନଦୀ ପଠାରୁ ନିହାରିକାଙ୍କ ମୃତଦେହ ଉଦ୍ଧାର କରିଥିଲା। ତେବେ ହତ୍ୟାକାଣ୍ଡରେ ବୟଫ୍ରେଣ୍ଡ ହାତ ଥିବା ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପରେ ବୟଫ୍ରେଣ୍ଡ ଆତ୍ମ ସମର୍ପଣ କରିଥିଲା। ତେବେ ଘଟଣା ଉପରୁ ପର୍ଦ୍ଦା ଉଠାଇବା ପାଇଁ ପୋଲିସ ରାଜାକୁ ଏକ ଜାଗାରେ ରଖି ପଚରାଉଚରା କରିଥିଲା। ଏଥିରେ ରାଜା ମାନିଥିଲା ଯେ ସେ ହିଁ ନିହାରିକାକୁ ହତ୍ୟା କରିଛି।

Comment