ଓଡ଼ିଶାଲାଇଭ ବ୍ୟୁରୋODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଓଡ଼ିଶାରେ ପୁଣି ପୁଞ୍ଜିନିବେଶ କରିବ କୋରିଆ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ୪୬ ଜଣିଆ ଦଳ

ଓଡ଼ିଶାରୁ ପୋସ୍କୋର ବିଦାୟ ପରେ ଓଡ଼ିଶାରେ ପୁଣି ପୁଞ୍ଜିନିବେଶ ପାଇଁ ଇଚ୍ଛା କରିଛି କୋରିଆ। ସୋମବାର ଏନେଇ କୋରିଆ ରାଷ୍ଟ୍ରଦୂତ ସିନ ବଙ୍ଗକିଲଙ୍କ ସହ ୪୬ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।

ପୁଣି ବାଲାକୋଟରେ ଆସ୍ଥାନ ଜମାଇଲେଣି ଆତଙ୍କବାଦୀ – ଏୟାରଷ୍ଟ୍ରାଇକରେ ହୋଇଥିଲା ଧ୍ୱଂସ

ବାଲାକୋଟରେ ପୁଣି ଚାଲିଲାଣି ଆତଙ୍କବାଦୀଙ୍କ କାରଖାନା। ଏନେଇ ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ। ବାଲାକୋଟରେ ଭାରତର ଏୟାର ଷ୍ଟ୍ରାଇକ ପରେ  ଜେଶ ଏ ମହମ୍ମଦର ଆଡ୍ଡା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା। ଏବେ ପୁଣି ପାକ୍ ସେନା ସହାୟତାରେ ଏହି କାରଖାନା କାର୍ଯ୍ୟକ୍ଷମ ହେଲାଣି ବୋଲି ରାଓ୍ୱତ କହିଛନ୍ତି।

ଆଜି ନ୍ୟୁୟର୍କରେ ‘ଦ କ୍ଲାଇମେଟ ଆକ୍ସନ ସମ୍ମିଳନୀ’କୁ ସମ୍ବୋଧିତ କରିବେ ମୋଦୀ

ହାଓଡି ମୋଦୀ କାର୍ଯ୍ୟକ୍ରମ ପରେ ସୋମବାର ମିଳିତ ଜାତିସଂଘର ୭୪ତମ ଅଧିବେଶନରେ ଯୋଗ ଦେଇ ଉଦବୋଧନ ଦେବେ ମୋଦୀ। ନ୍ୟୁୟର୍କରେ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ‘ଦ କ୍ଲାଇମେଟ ଆକ୍ସନ ସମ୍ମିଳନୀ’କୁ ସମ୍ବୋଧିତ କରିବେ ମୋଦୀ।

ଆମେରିକାରେ ମୋଦୀଙ୍କ ଓଡ଼ିଆ, କହିଲେ ‘ଭାରତରେ ସବୁ ବଢ଼ିଆ’

ଆମେରିକାରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଓଡ଼ିଆ ଭାଷା ଓ ଓଡ଼ିଆ ସଂସ୍କୃତିର ଝଲକ। ହଷ୍ଟନ ସହରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଛି। ଏହାସହିତ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଆ ଭାଷାରେ କହିଛନ୍ତି ମୋଦୀ। ‘ହାଉଡି ମୋଦୀ’ ଉତ୍ତରରେ ମୋଦୀ କହିଥିଲେ, ‘‘ଭାରତରେ ସବୁ ଭଲ ଅଛି।

Comment