ଓଡ଼ିଶାଲାଇଭ ବ୍ୟୁରୋ

ଜୁନାଗଡ଼ରେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୭ ଜଣ ଯୁବକଙ୍କୁ ଅଟକ ରଖିଥିବା ଛାନଭିନ୍‌ ଜାରି ରଖିଛି। ଅଟକ ଥିବା ୭ ଜଣଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ପଚରାଉଚରା କରୁଛି।

ସେପଟେ ଆଜି ଘଟଣାସ୍ଥଳକୁ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ଘଟଣାର ତଦନ୍ତ କରୁଥିବା ପୋଲିସଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। ଘଟଣା କିପରି ଏବଂ କେଉଁ ପରିସ୍ଥିତିରେ ଘଟିଲା ତା’ର ମଧ୍ୟ ଅନୁଧ୍ୟାନ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଞ୍ଚଳରେ ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା। ଜଣେ ଯୁବତୀଙ୍କୁ ଜାରିଙ୍ଗ ଜଙ୍ଗଲକୁ ଟେକି ନେଇ ୫ରୁ ୭ ଜଣ ଯୁବକ ଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କରାଯିବା ସହ ଭିଡିଓ ମଧ୍ୟ ଭାଇରାଲ କରିଥିଲେ। ପରେ ପୀଡ଼ିତା ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ।

Comment