ଓଡ଼ିଶାଲାଇଭ ବ୍ୟୁରୋ

ବହୁ ଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଧର୍ମଗଡ଼ ଜେଲ ପଠାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବାରୁ ତାଙ୍କୁ ଭବାନୀପାଟଣା ସିଜେଏମ୍‌ଙ୍କ ପାଖରେ ହାଜର କରାଯିବ।

ଗତ ୧୪ ତାରିଖରେ ଯୁବତୀଜଣକ ଜୁନାଗଡ଼ରୁ ନିଜ ଗାଁକୁ ଫେରୁଥିଲେ। ବସ୍‌ ଫେଲ୍‌ ହୋଇଯିବାରୁ ତାଙ୍କ ଚିହ୍ନା ପରିଚୟ ଜଣେ ବସ୍‌ ଡ୍ରାଇଭରଙ୍କ ବାଇକ୍‌ରେ ଲିଫ୍ଟ୍‌ ମାଗି ନିଜ ଗାଁକୁ ଫେରିଥିଲେ। ତେବେ ରାସ୍ତାରେ ୭ ଜଣ ଯୁବକ ତାଙ୍କୁ ଅଟକାଇ ଭୟ ଦେଖାଇ ଜଙ୍ଗଲ ମଧ୍ୟକୁ ନେଇ ଗଣଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ପୀଡ଼ିତା ଜୁନାଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୮ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ତେବେ ଆଜି କଳାହାଣ୍ଡି ପୋଲିସ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସେମାନଙ୍କୁ ଜେଲ୍‌ ପଠାଯାଇଛି।

Comment