ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ଚଳିତ ବର୍ଷ ତୃତୀୟ ଥର ପାଇଁ ହୁଣ୍ଡି ଖୋଲାଯାଇଛି। ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି।

ଚଳିତ ଥର ହୁଣ୍ଡିରୁ ନଗଦ ୫୪ ଲକ୍ଷ ୫୧ ହଜାର ୨୯୪ ଟଙ୍କା, ୪୫ ଗ୍ରାମ ସୁନା ଓ ୧କେଜି ୮୭୦ ଗ୍ରାମ ରୁପା ଅଳଙ୍କାର ବାହାରିଛି। ତା’ ସହିତ ୨୭ଟି ପୁରୁଣା ହଜାର ଟଙ୍କିଆ ନୋଟ ସହ ୪୩ଟି ୫୦୦ ଟଙ୍କିଆ ନୋଟ ମିଳିଛି। ମୋଟ ୪୮, ୫୦୦ ଟଙ୍କାର ପୁରୁଣା ଅଚଳ ନୋଟ ମିଳିଥିବା ସୁଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡ଼ିକା।

ସେହିଭଳି ୧୦ ଜୁନରେ ଏହି ହୁଣ୍ଡିରୁ ୬୩ ଲକ୍ଷ ୩୮ ହଜାର ୧୦୫ ଟଙ୍କା ସହ ସୁନା ଏବଂ ରୁପା ମିଳିଥିଲା। ତେବେ ଆନ୍ଧ୍ର ଛତିଶଗଡ଼ ଓ ଓଡ଼ିଶାର ବହୁ ଭକ୍ତ ମାଙ୍କ ଆଶୀର୍ବାଦ ପାଇ ମନସ୍କାମନା ପୂରଣ ପରେ ସୁନା ଓ ଟଙ୍କା ଦାନ କରିଥାନ୍ତି। ଏହା ବାର୍ଷିକ ୪ କୋଟିରୁ ଅଧିକା ବୋଲି ମନ୍ଦିର ଟ୍ରଷ୍ଟି କହିଛନ୍ତି। ଏହି ଅର୍ଥକୁ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ, ପୂଜା ରିତିନିତୀ, ମନ୍ଦିର ଉନ୍ନୟନ ତଥା କର୍ମଚାରୀଙ୍କ ଦରମା ବାବଦରେ ଖର୍ଚ୍ଚ ହେଉଥିବା ଅନ୍ୟତମ ସଦସ୍ୟ ରାଧାକୃଷ୍ଣ ଦଳେଇ କହିଛନ୍ତି।

ଚଳିତ ଥର ଉତ୍କଳ ଗ୍ୟାମ୍ୟବ୍ୟାଙ୍କ ଟଙ୍କା ଗଣିବା ଦାୟିତ୍ୱ ନେଇଥିଲା। ଏହି ଟଙ୍କା ଗଣନାରେ ଅନ୍ୟମାନଙ୍କ ମଧ୍ୟରେ  ରାୟଗଡ଼ାର ଭେଙ୍କେଟେଶ୍ୱର ମନ୍ଦିର କମିଟି ଏବଂ ସତ୍ୟ ସାଇ ସେବା ସମିତି, ମଝିଘରିଆଣି ମନ୍ଦିର କମିଟି ସମେତ କିଛି କଲେଜ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Comment