ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲାରୁ ଆଜି ଗୋଟିଏ ଦିନରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି। ଏଣୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳ ରାୟଗଡ଼ା ଜିଲ୍ଲାକୁ ୭ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।

ଆସନ୍ତାକାଲିଠୁ ୨୯ ତାରିଖ ଯାଏଁ ରାୟଗଡ଼ା ଜିଲ୍ଲା ସଟ୍‌ଡାଉନ୍‌ ରହିବ। କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ। ଆଜି ଚିହ୍ନଟ ହୋଇଥିବା ୯୬ ଜଣ ଆକ୍ରାନ୍ତଙ୍କ ଭିତରୁ ପୁରୁଷ ୫୧ ଜଣ ଥିବା ବେଳେ ମହିଳା ୪୧ ଜଣ ଅଛନ୍ତି।ରାୟଗଡ଼ାର ଶ୍ରୀଝୋଲି ଏବଂ ଆମ୍ବାଗୁଡ଼ାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

CGU newଆଜି ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସଂଖ୍ୟା ପୂର୍ବର ସମସ୍ତ ରେକର୍ଡକୁ କାଟିଛି। ରାୟଗଡ଼ା ଜିଲ୍ଲା ସବୁଠୁ ସୁରକ୍ଷିତ ରହିଥିଲା। ରାୟଗଡ଼ାକୁ ବିଳମ୍ବରେ କରୋନା ମାଡ଼ିଥିଲା। ହେଲେ ଏବେ ଏହି ଜିଲ୍ଲାରେ ଅସମ୍ଭାଳ ସ୍ଥିତି। ଏଣୁ ରାୟଗଡ଼ା ଜିଲ୍ଲାକୁ ୭ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ।

Comment