ଓଡ଼ିଶାଲାଇଭ୍ ବ୍ୟୁରୋ

ଓସିଏ ନିର୍ବାଚନ ପାଇଁ ଏସ୍‌ସିବି ମେଡିକାଲରେ ରହି ଭୋଟ୍‌ ଦେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା।

ତେବେ ଓସିଏ ନିର୍ବାଚନ ପୂର୍ବରୁ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରାଯାଇଥିଲା। ଜେଲ୍‌ରେ ଥିବାବେଳେ ଆଶୀର୍ବାଦଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା।

ଆଶୀର୍ବାଦ ବେହେରା ଗିରଫ ହେବା ପରେ ଓସିଏ ନିର୍ବାଚନ ଅଧିକାରୀ ଏମ୍‌ ଏଲ୍‌ ମଜୁମଦାର କହିଥିଲେ, ‘‘ଆଶୀର୍ବାଦଙ୍କ ସଭ୍ୟପଦ ରଦ୍ଦ ହୋଇନାହିଁ। ବେଲ୍‌ରେ ଆସି ସେ ଭୋଟ୍‌ ଦେଇପାରିବେ।’’

କିନ୍ତୁ ସେ ଅସୁସ୍ଥ ଥିବାରୁ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା ଓ ସେ ସେଠାରୁ ହିଁ ଭୋଟ୍‌ ଦେଇଥିଲେ।

Comment