ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୋଟ ଦେଇ ପାରିବେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଚିଟ୍‌ ଫଣ୍ଡ୍‌ ଠକେଇ ମାମଲାରେ ଆଶୀର୍ବାଦ ବର୍ତ୍ତମାନ ସିବିଆଇର ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତେବେ ଜେଲ୍‌ରେ ଥାଇ ମଧ୍ୟ ଆଶୀର୍ବାଦ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ନିର୍ବାଚନ ପାଇଁ ଭୋଟ ଦେଇ ପାରିବେ। ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମ୍‌ ଏଲ ମଜୁମଦାର ସୂଚନା ଦେଇଛନ୍ତି।

ଏମ୍‌ ଏଲ ମଜୁମଦାର କହିଛନ୍ତି, “ଆଶୀର୍ବାଦଙ୍କ ସଭ୍ୟପଦ ରଦ୍ଦ ହୋଇନାହିଁ। ବେଲ୍‌ରେ ଆଜି ସେ ଭୋଟ ଦେଇ ପାରିବେ।”

ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ) ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି। ସେ ବର୍ତ୍ତମାନ ଝାରପଡ଼ା ଜେଲ୍‌ରେ ଅଛନ୍ତି।

Comment