ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନାଗଡ଼ ଗଣଦୁଷ୍କର୍ମକୁ ନେଇ ଶୁକ୍ରବାର ନିଜେ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କୁ ସେହିଦିନ ପ୍ରଥମେ ଲିଫ୍ଟ ଦେଇଥିବା ଯୁବକ ଲଳିନ୍ଦ୍ର ଶବର ହିଁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି।

ଏନେଇ ପୀଡ଼ିତା ଜଣକ କହିଛନ୍ତି, “ଘଟଣାଦିନ ମୁଁ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ଲଳିନ୍ଦ୍ର ମୋତେ ଲିପ୍ଟ ଦେଇଥିଲା। କିଛି ବାଟ ଯିବା ପରେ ଜଙ୍ଗଲ ପାଖରେ ବାଇକ ରଖି ଦେଇଥିଲା। ସେଠାରୁ ୬ ଜଣ ଯୁବକ ମୋତେ ଉଠାଇ ନେଇଥିଲେ। ପରେ ଲଳିନ୍ଦ୍ର ମୋତେ ପ୍ରଥମେ ଦୁଷ୍କର୍ମ କରିଥିଲା। ଲଳିନ୍ଦ୍ର ହେଉଛି ମୁଖ୍ୟ ଖଳନାୟକ। ଯଦି ତାକୁ ଛାଡ଼ି ଦିଆଯାଇ ମୁଁ ଆତ୍ମହତ୍ୟା କରିବି।”

ଏହାସହ ଅଭିଯୁକ୍ତ ଲଳିନ୍ଦ୍ରଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ପୀଡ଼ିତା ଜଣକ ଦାବି କରିଛନ୍ତି। ଯଦି ତାଙ୍କୁ ଫାଶୀ ନଦେଇ ଛାଡ଼ିଦିଆଯାଏ ତେବେ ପୀଡ଼ିତା ଜଣକ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ଗତ ୧୪ ତାରିଖରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା। ଜଣେ ଯୁବତୀଙ୍କୁ ଛୁରି ଦେଖାଇ ତାଙ୍କୁ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ମଧ୍ୟ କରିଥିଲେ। ତେବେ ଏହି ଘଟଣାପରେ ପୋଲିସ୍ ଭିଡିଓରେ ଥିବା ଯୁବକମାନଙ୍କୁ ଗିରଫ କରି ତନାଘନା ଆରମ୍ଭ କରିଥିଲା।

Comment