ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଏନଏସଏସ ତରଫରୁ ପୂଜା ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ ହୋଇଛି। ଏନଏସଏସ ୟୁନିଟ-୧ର  ଯୋଜନା ଅଧିକାରୀ ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ଵରେ ୨୫ ଜଣ ସ୍ୱେଚ୍ଛାସେବୀ ଛାତ୍ରୀଙ୍କୁ ନେଇ ଜୟପୁର ବ୍ଲକର ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ଗାଗନାପୁର ଗ୍ରାମରେ ଏହି କ୍ୟାମ୍ପ ଆରମ୍ଭ ହୋଇଛି।

ସ୍ଵେଚ୍ଛାସେବୀମାନେ ଗ୍ରାମ ପରିକ୍ରମା କରି  ପ୍ଲାଷ୍ଟିକ ମୁକ୍ତ ଗ୍ରାମ ଓ ସ୍ୱଚ୍ଛ ଗ୍ରାମ ନିର୍ମାଣ ନିମନ୍ତେ ସଚେତନ କରାଇବା ସହ ଗ୍ରାମ ସଫେଇ କରିଥିଲେ। ଏହାସହ ଲୋକଙ୍କୁ ସେଚତନ କରାଇବା ପାଇଁ ବାର୍ତ୍ତା ମଧ୍ୟ ଦେଇଥିଲେ।

୭ ଦିନ ଧରି ହେବାକୁ ଥିବା ଏହି କାଯ୍ୟକ୍ରମରେ ସଫେଇ, ସଚେତନତା, ସ୍ୱାସ୍ଥ୍ୟ ଶିବିର, ବ୍ୟକ୍ତିର ବିକାଶ ସମ୍ଵନ୍ଧରେ କର୍ମଶାଳା ଓ ପ୍ରଶିକ୍ଷଣ ସହ ସମାଜ ସେବା କରିବାକୁ ସ୍ଵେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯିବ। ଏହି ଶିବିର ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ଯୁବ ବ୍ୟାପାର ବିଭାଗର ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ହୋଇଛି।

Comment