ଓଡ଼ିଶାଲାଇଭ ବ୍ୟୁରୋ

ଉଚ୍ଛେଦ ହେବ ପୁରୀର ଦୁଇଟି ପୁରାତନ ମାର୍କେଟ କଂପ୍ଲେକ୍ସ। ପୁରୀ ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ମ୍ୟୁନିସିପାଲିଟି ମାର୍କେଟ କଂପ୍ଲେକ୍ସ। ଏଗୁଡ଼ିକ ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନୋଟିସ ଜାରି କରିଛି ପୁରୀ ପୌରପାଳିକା।

ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ବଡ଼ଦାଣ୍ଡ ମାର୍କେଟ ଥିବା ମୁନିସିପାଲିଟି ମାର୍କେଟ କଂପ୍ଲେସ ପ୍ରାୟ ୫୦ ବର୍ଷ ପୁରୁଣା। ଯାହାକି ବର୍ତ୍ତମାନ ସଂପୂର୍ଣ୍ଣ ଅସୁରକ୍ଷିତ ରହିଛି। ଏଥିରେ ବହୁ ବର୍ଷ ଧରି ଦୋକାନ କରିଥିବା ଦୋକାନୀଙ୍କୁ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମହୋଦଧି ମାର୍କେଟ କଂପ୍ଲେକ୍ସକୁ ଅକ୍ଟୋବର ୪ତାରିଖ ପୂର୍ବରୁ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ମ୍ୟୁନିସପାଲିଟି ମାର୍କେଟ କଂପ୍ଲେକ୍ସକୁ ୧୫ଦିନ ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ୨୦୧୭ରୁ ଏଗୁଡ଼ିକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ସେପଟେ ଦୋକାନ ଘର ଖାଲି ନେଇ ନୋଟିସ ପାଇବା ପରେ ଆଶଙ୍କାରେ ବ୍ୟବସାୟୀ।

Comment