ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ତୃତୀୟ ସ୍ୱରୂପ ହେଉଛି ଚନ୍ଦ୍ରଘଣ୍ଟା। ନବରାତ୍ରିର ତୃତୀୟ ଦିନରେ ଏହି ସ୍ୱରୂପରେ ମା’ ପୂଜା ପାଉଛନ୍ତି। ଅସୁରଙ୍କ ବିନାଶ ପାଇଁ ମା’ ଏହି ଅବତାର ଧାରଣ କରିଥିବା ବିଶ୍ୱାସ ରହିଛି। କୁହାଯାଏ ଏହି ସ୍ୱରୂପରେ ମା’ ଅସୁରଙ୍କ ସହ ଯୁଦ୍ଧ କରି ଦେବତାଙ୍କୁ ତାଙ୍କୁ ଅଧିକାର ଦେଇଥିଲେ। ଏହି ରୂପ ମା’ଙ୍କର ଶକ୍ତି ରୂପ ଅଟେ।

ଏହି ଅବତାରରେ ମା’ଙ୍କ ମଥାରେ ଘଣ୍ଟା ଆକୃତିର ଏକ ଚନ୍ଦ୍ର ଶୋଭାପାଏ। ଏହି ଅବତାରରେ ମା’ଙ୍କୁ ଆରାଧନା କଲେ ଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘‘ମା’ ଚନ୍ଦ୍ରଘଣ୍ଟା ସମସ୍ତଙ୍କ କଲ୍ୟାଣ କରନ୍ତୁ, ସମସ୍ତଙ୍କ ଜୀବନରେ ଶାନ୍ତି ପ୍ରଦାନ କରନ୍ତୁ’’ ଟୁଇଟରେ ଲେଖିଛନ୍ତି ମୋଦୀ।

Comment