ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ବଙ୍ଗାଳୀମାନଙ୍କ ଏକ ପ୍ରମୁଖ ପର୍ବ ହେଉଛି  ଦୁର୍ଗାପୂଜା। ନବରାତ୍ରି ଆରମ୍ଭ ହେବା ଦିନରୁ ବଙ୍ଗଳୀମାନେ ଏହି ପର୍ବ ଧୁମଧାମରେ ପାଳନ କରନ୍ତି। ଏହି ସମୟରେ ବିଭିନ୍ନ ପରମ୍ପରା ଓ ନୀତିନିୟମ ପାଳନ କରନ୍ତି ବଙ୍ଗାଳୀ ମହିଳାମାନେ। ଆଲୋକମାଳାରେ ପୂଜାମଣ୍ଡପ ସବୁ ଝଲସୁଥିଲା ବେଳେ ସବୁଠୁ ଆକର୍ଷଣୀୟ ଥାଏ ନାରୀମାନଙ୍କ ଧଳା ଓ ନାଲି ରଙ୍ଗର ବସ୍ତ୍ର ପରିଧାନ ପରମ୍ପରା।

ଧଳା ଓ ନାଲି ରଙ୍ଗକୁ ପବିତ୍ର ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଦୁର୍ଆଷ୍ଟମୀ ଦିନ ଧଳା-ନାଲି ଶାଢ଼ି ସହିତ ନାଲି ଟୋପା, ନାଲି ସିନ୍ଦୁର, ନାଲି ଚୁଡ଼ି ଆଉ ସୁନା ଆଭୂଷଣ ପିନ୍ଧି ମା’ ଦୁର୍ଗତୀନାଶିନୀଙ୍କ ଆରାଧନା କରନ୍ତି ମହିଳାମାନେ। ଏହାପରେ ଦଶହରା ଦିନ ପୁଣି ଥରେ ସେହି ଶାଢ଼ି ପିନ୍ଧି ମା’ ଦୁର୍ଗାଙ୍କୁ ସିନ୍ଦୁର ଚଢ଼ାଇବା ପରେ ସିନ୍ଦୁର ଖେଳ ଖେଳନ୍ତି ମହିଳାମାନେ।  

ଧଳା ରଙ୍ଗରେ ନାଲି ବର୍ଡର ପଡ଼ିଥିବା ଏହି ଶାଢ଼ିକୁ ଜାମ୍ ଦାନୀ ଶାଢ଼ି କୁହାଯାଏ। ବୁଣାକାରମାନେ ହାତରେ ଏହାକୁ ବୁଣନ୍ତି। ସଂପୂର୍ଣ୍ଣ ସୂତାରେ ତିଆରି ଜାମ୍ ଦାନୀ ଶାଢ଼ୀ ପିନ୍ଧିବାକୁ ବହୁତ ହାଲୁକା। ତେଣୁ ବଙ୍ଗାଳୀ ମହିଳାମାନେ ଜାମ୍ ଦାନୀ ଶାଢ଼ି ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ବର୍ତ୍ତମାନ ଏହି ଶାଢ଼ି ଗୋଟିଏ ଫେସନ୍ ହୋଇଯାଇଛି। ସବୁ ବର୍ଗର ମହିଳାମାନେ ଏହାକୁ ପିନ୍ଧୁଛନ୍ତି।

Comment