ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ନବରାତ୍ରିର ଚତୁର୍ଥ ଦିନ। ଜଗତଜନନୀ ମା’ ଦୁର୍ଗା ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଆଜି ଦର୍ଶନ ଦେଉଛନ୍ତି। ଏହି ବେଶରେ ମା’ ଅଷ୍ଟଭୂଜା ହୋଇଥିବା ବେଳେ ସିଂହ ପିଠିରେ ବସିଥାନ୍ତି। ଏଥିସହିତ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। ପୁରାଣ ଅନୁସାରେ ମା’ ବ୍ରହ୍ମାଣ୍ଡ ରଚନା କରିଥିବାରୁ  କୁଷ୍ମାଣ୍ଡା ବୋଲି କୁହାଯାଏ।

ମା’ଙ୍କ ଏହି ବେଶ ଦର୍ଶନ କଲେ ମନର ଚଞ୍ଚଳତା ଦୂର ହେବା ସହିତ ରୋଗବାଗ ଶରୀର ଛାଡ଼ି ଚାଲିଯାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କୁ ମାଲପୁଆ ଭୋଗ ଲାଗିଥାଏ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comment