ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ ପଡ଼ିଆରେ ଖେଳାଳି ନିଜର ଖେଳ ପାଇଁ ଯେତିକି ପରିଚିତ, ପଡ଼ିଆ ବାହାରେ ଫ୍ୟାନମାନେ ତାଙ୍କର ପ୍ରିୟ ଖେଳାଳି ପାଇଁ ଅଜବ ପ୍ରକାର କାମ କରି ସେତିକି ପରିଚିତ। ଏହି ଧାରାରେ ଓଡ଼ିଶାର ପିଣ୍ଟୁ ବେହେରା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଜଣେ ଫ୍ୟାନ୍। ନିକଟରେ ସେ ବିରାଟଙ୍କୁ ଭେଟିଛନ୍ତି।
ଅଧିନାୟକ ବିରାଟ କୋହଲିଙ୍କ ଏକାଧିକ ଟାଟୁ ନିଜ ଦେହରେ ଆଙ୍କି ସେ ଏବେ ଚର୍ଚ୍ଚିତ ଫ୍ୟାନ। ପିଣ୍ଟୁ ପେସାରେ ଜଣେ କଣ୍ଟ୍ରାକର। ହେଲେ ହୃଦୟରୁ ସେ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଂଶସକ। ସେଥିପାଇଁ ସେ ବିରାଟ କୋହଲିଙ୍କ ମୁହଁ ସହ ତାଙ୍କ ଜର୍ସି ନମ୍ବରକୁ ନିଜ ଦେହରେ ଟାଟୁ କରିଛନ୍ତି। ଏହାସହ କୋହଲି ତାଙ୍କ କ୍ରିକେଟ କ୍ୟାରିଅରରେ ପାଇଥିବା ଅନେକ ସଫଳତା ସହ ମୋଟ ୧୫ଟି ଟାଟୁ ସେ ତାଙ୍କ ଦେହରେ ଲେଖିଛନ୍ତି।
ଓଡ଼ିଶାର ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ମଇସାଖାଲି ଗାଁର ବାସିନ୍ଦା ହେଉଛନ୍ତି ପିଣ୍ଟୁ। ତାଙ୍କର ଏହି ଅଜବ ପ୍ରକାର କାରନାମା ପାଇଁ ମଙ୍ଗଳବାର ବିରାଟ କୋହଲି ତାଙ୍କୁ ଦେଖାକରିଛନ୍ତି। ତାଙ୍କୁ କୋହଲି ଦେଖାକରିବା ସହ ତାଙ୍କୁ ସହ କାନ୍ଧ ମିଳାଇ ଫୋଟୋ ମଧ୍ୟ ଉଠାଇଥିଲେ।
ଅନ୍ୟପଟେ ନିଜ ପ୍ରିୟ କ୍ରିକେଟରଙ୍କୁ ପାଖରେ ପାଇ ପିଣ୍ଟୁ ମଧ୍ୟ ବହୁତ ଖୁସି ବୋଲି କହିଛନ୍ତି। ଏହି ସମୟକୁ ସେ ଗତ ତିନି ବର୍ଷ ଧରି ଅପେକ୍ଷା କରିଥିଲେ ବୋଲି ସେ କହିଛନ୍ତି।