ଓଡ଼ିଶାଲାଇଭ ବ୍ୟୁରୋ

ସାଇକେଲରେ ବୁହାହେଲା ଗର୍ଭବତୀ ମହିଳା। ଆମ୍ଵୁଲାନ୍ସ ଆସିବାକୁ ରାସ୍ତା ନଥିବାରୁ ୭ କିଲୋମିଟର ସାଇକେଲରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ଗର୍ଭବତୀ ମହିଳା। ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିରିପାଣି ଗାଁରେ।

ଆଜି ସକାଳ ୮ଟା ୩୦ସମୟରେ ପାଣ୍ଡିରିପାଣି ଗାଁର ଜଣେ ଗର୍ଭବତୀ ମହିଳାଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ଵୁଲାନ୍ସକୁ ଫୋନ କରା ହୋଇଥିଲା। ହେଲେ ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିନଥିଲା।

ପରେ ବାଧ୍ୟହୋଇ ଆଶା ଦିଦି ସହ ଗାଁ ଲୋକେ ସାଇକେଲରେ ୭ କିଲୋମିଟର ଦୂରରେ ଥିବା ପୋଡାପଦର ଛକ ପର୍ଯ୍ୟନ୍ତ ଗର୍ଭବତୀ ମହିଳାକୁ ଆଣିଲେ। ସେଠାରୁ ତାଙ୍କୁ ଆମ୍ଵୁଲାନ୍ସ ଯୋଗେ  ବୈପାରୀଗୁଡ଼ା ମେଡିକାଲକୁ ନିଆଯାଇଥିଲ।

LEAVE A REPLY

Please enter your comment!
Please enter your name here