ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଚାଉଳିଆଗଞ୍ଜ ଓଭରବ୍ରିଜରେ ଓଲଟି ପଡ଼ିଲା ଆମ୍ବୁଲାନ୍ସ। ଯାଜପୁରରୁ ୩ ଜଣ କରୋନା ରୋଗୀଙ୍କୁ ନେଇ ଭୁବନେଶ୍ୱର ସମ୍‌ କୋଭିଡ୍‌ ହସ୍ପିଟାଲକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ଆମ୍ବୁଲାନ୍ସ ରାସ୍ତା ଉପରେ ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ରୋଗୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ୩ କରୋନା ରୋଗୀଙ୍କୁ ଆଉ ଏକ ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଣାଯାଇଛି।

ଦୁର୍ଘଟଣାସ୍ଥଳରେ ସାନିଟାଇଜ୍‌ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସକୁ ମଧ୍ୟ ସାନିଟାଇଜ୍‌ କରାଯାଇଛି।

ଆଜି ଅପରାହ୍‌ଣରେ ଯାଜପୁରରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ୫ଟି ଆମ୍ବୁଲାନ୍ସରେ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ଅଣାଯାଉଥିଲା। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ଥିଲେ।

LEAVE A REPLY

Please enter your comment!
Please enter your name here