ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଟ୍ରାଫିକ୍‌ ପୋଷ୍ଟରେ ଆମ୍ବୁଲାନ୍ସର ବାଟ ଓଗାଳିବା ଠିକ୍‌ ନୁହେଁ। ଆମ୍ବୁଲାନ୍ସ ସାଇରନ୍‌ ଶୁଣିବା ମାତ୍ରେ ଲୋକେ ପ୍ରଥମେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେବା ଦରକାର’’, ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଗତ ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଥିଲା। କ୍ୟାପିଟାଲ ହସ୍ପିଟାଲରୁ ଜଣେ ଶିଶୁ ରୋଗୀଙ୍କୁ ନେଇ ଏକ ଆମ୍ବୁଲାନ୍ସ କଟକ ବଡ଼ ମେଡିକାଲ ଅଭିମୁଖେ ଯାଉଥିଲା। କିନ୍ତୁ ଟ୍ରାଫିକ ଜାମ୍‌ ରହିଥିବାରୁ ଆମ୍ବୁଲାନ୍ସଟି ଠିକ୍‌ ସମୟରେ ଯାଇ ପାରି ନଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଶିଶୁ ଜଣକର ମୃତ୍ୟୁ ହୋଇଥିଲା।

ସେହିପରି ଖଣ୍ଡଗିରି ଛକରେ ମଧ୍ୟ ଆଉ ଏକ ଆମ୍ବୁଲାନ୍ସ ଫସି ରହିଥିବା ଖବର ଆସିଥିଲା। ଏହି ଘଟଣାକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍‌ବେଗ ପ୍ରକାଶ କରିଛନ୍ତି।

‘‘ଯେତେ ଗହଳି ଥିଲେ ବି ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେବା ଦରକାର। ଏଥିପ୍ରତି ଦାୟିତ୍ୱରେ ଥିବା ଟ୍ରାଫିକ ପୋଲିସମାନେ ସଚେତନ ହେବା ଦରକାର। ଏନେଇ ଟ୍ରାଫିକ ଡିସିସି ସାଗରିକା ନାଥ ସମସ୍ତ ଟ୍ରାଫିକ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଆମ ବିଭା ତରଫରୁ ଯାହା ପଦକ୍ଷେପ ନେବା କଥା ନିଆଯିବ’’, କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

LEAVE A REPLY

Please enter your comment!
Please enter your name here