ଓଡ଼ିଶାଲାଇଭ ବ୍ୟୁରୋ

ବିଦ୍ୟୁତ ଚୋରିର ଖବର ଦେଇ ୧୦ ଜଣ ପୁରସ୍କୃତ ହୋଇଛନ୍ତି। ସେସୁ ଚେକ ଜରିଆରେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଛି। ୧୦ ଜଣଙ୍କୁ ୨୮ ହଜାର ୪୦୦ ଟଙ୍କା ପୁରସ୍କାର ଦିଆଯାଇଛି।

ଭୁବନେଶ୍ଵର, କଟକ, ଢେଙ୍କାନାଳ, କେନ୍ଦ୍ରପଡ଼ା ଓ ନୟାଗଡ଼ରୁ ଚୋରି ସମ୍ପର୍କରେ ଅଭିଯୋଗ ଆସିଥିଲା। ପରେ ସେସୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୂଚନାକାରୀଙ୍କୁ ପୁରସ୍କୃତ କରିଛି।

ଗତ ସେପ୍ଟେମ୍ଵର ୫ ତାରିଖରେ ବିଦ୍ୟୁତ ଚୋରିକୁ ରୋକିବାକୁ ଚୋରି ସଂକ୍ରାନ୍ତରେ ଖବର ଦେବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବାକୁ ଘୋଷଣା କରିଥିଲା ସେସୁ। ଏହାସହ ଜରିମାନ ଆଦାୟର ୧୦ ପ୍ରତିଶତ ଖବରଦାତାଙ୍କୁ ଦିଆଯିବ ବୋଲି ସେସୁର ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଥିଲେ।

Comment