ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର, କଟକ ଓ ପୁରୀର ବିଭିନ୍ନ ଅଞ୍ଚଳରେ ଶନିବାର ପାୱାରକଟ୍ କରାଯିବ। ମରାମତି ଜନିତ କାମ ହେତୁ ସେସୁ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଭୁବନେଶ୍ୱର ଧଉଳି, ମହତାବ ରୋଡ୍, ଜଗନ୍ନାଥ ମଠ, କପିଳେଶ୍ୱର ଗାଁ, ଜଗନ୍ନାଥ ବିହାର, ଶାନ୍ତି ବିହାର, ରୁଚିକା ମାର୍କେଟ୍, ମହାବୀର ବସ୍ତିରେ ସକାଳ ୮ଟାରୁ ଦିନ ୩ଟା ଯାଏ ବିଦ୍ୟୁତ୍ ସେବା ବନ୍ଦ ରହିବ। ଏଥିସହିତ ବିଜେବି ନଗର, କଳ୍ପନା, ବିଶ୍ୱନାଥ ନଗର, ବଡ଼ଗଡ଼ ଏରିଆରେ ସକାଳ ୯ଟାରୁ ଦିନ ୪ଟା ଯାଏଁ ବିଦ୍ୟୁତ୍ ବନ୍ଦ ରହିବ।

ଅନ୍ୟପଟେ କଟକର ନୃସିଂହପୁର, ନାରଙ୍ଗବସ୍ତ ଅଞ୍ଚଳର ବିଦ୍ୟୁତ ସକାଳ ୮ଟାରୁ ୧୧ଟା ଓ ବାଲିକୁଦା ଅଞ୍ଚଳରେ ସକାଳ ୧୦ଟାରୁ ଦିନ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ପୁରୀର ଚନ୍ଦ୍ରଭାଗା, କୋଣାର୍କ, ରାମଚଣ୍ଡୀ ଓ ସୁତାନ ଅଞ୍ଚଳରେ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ।

Comment