ଓଡ଼ିଶାଲାଇଭ୍ ବ୍ୟୁରୋ

 

ନନ୍ଦନକାନନରେ ଥିବା ଏକ ଜଳହସ୍ତୀର ମୃତ୍ୟୁ ହୋଇଛି। ଶାରୀରିକ ଅସୁସ୍ଥତା କାରଣରୁ ଶୁକ୍ରବାର ଏହି ଜଳହସ୍ତୀର ମୃତ୍ୟୁ ଘଟିଥିବା କୁହାଯାଇଛି।

ଶୁକ୍ରବାର ଏନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଚିଡ଼ିଆଖାନାରେ ହର୍ପିସ ଭୂତାଣୁରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା।

ଏହି ମାଇ ଜଳହସ୍ତୀର ମତ୍ୟୁପରେ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୧କୁ ଖସିଆସିଛି।

Comment