ଓଡ଼ିଶାଲାଇଭ ବ୍ୟୁରୋ

ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାକୁ ନନ୍ଦନକାନକୁ ଆସିଛି ନୂଆ ଅତିଥି। ମଙ୍ଗଳବାର ଭୁବନେଶ୍ଵରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୮ଟି ଆନାକୋଣ୍ଡା ସାପ ଓ ୩ଟି ନାଇଲ କୁମ୍ଭୀର ଆସିଛନ୍ତି। ଏହି ସରୀସୃପ ଗୁଡ଼ିକ ମାଡ୍ରାସର କ୍ରୋକଡାଇଲ ବ୍ୟାଙ୍କରୁ ଆସିଛି।

ପ୍ରାଣୀ ଉଦ୍ୟାନକୁ ଆସିଥିବା ୮ଟି ଆନାକୋଣ୍ଡା ମଧ୍ୟରୁ ୪ଟି ଅଣ୍ଡିରା ଓ ୪ଟି ମାଈ ରହିଛନ୍ତି। ସେମାନଙ୍କର ରଙ୍ଗ ହଳଦିଆ। ଆଗାମୀ ଦିନରେ ଏହି ସରୀସୃପ ନନ୍ଦନକାନନରେ ଦର୍ଶକଙ୍କର ଆକର୍ଷଣ ପାଲଟିବେ।

Comment