ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଏହି ୫ ପ୍ରକାରର ଆପ୍‌ ପ୍ରତି ସାବଧାନ ରୁହନ୍ତୁ। କାହିଁକି ନାଁ ଏହା ଆପଣଙ୍କ ସ୍ମାର୍ଟଫୋନ ପାଇଁ ହାନୀକାରକ ସାବ୍ୟସ୍ତ ହୋଇପାରେ। ଏହି ଆପ୍‌ଗୁଡ଼ିକ ସ୍ମାର୍ଟଫୋନକୁ ସୁରକ୍ଷା ଦେବା ପାଇଁ ଦାବି କରିଥାଏ। କିନ୍ତୁ ଅସଲରେ ଏହା ଆପଣଙ୍କ ଫୋନକୁ ହିଁ ପ୍ରଭାବିତ କରିଥାଏ।

ସ୍ପିଡ୍‌ ବୁଷ୍ଟ୍‌ ଆପ୍‌ସ

ସ୍ମାର୍ଟଫୋନ ସ୍ଲୋ ଚାଲିଲେ ଅନେକ ଲୋକେ ଗୁଗୁଲ ପ୍ଲେ-ଷ୍ଟୋରରୁ ଏମିତି ଆପ୍‌ ଡାଉନ୍‌ଲୋଡ୍‌ କରିଥାନ୍ତି, ଯାହା ସ୍ମାର୍ଟଫୋନର ମେମୋରୀ ଏବଂ ରାମ୍‌କୁ ବୁଷ୍ଟ କରିବାକୁ ଦାବି କରିଥାଏ। କିନ୍ତୁ ଅସଲରେ ଏହି ଆପ୍‌ଗୁଡ଼ିକ କିଛି କରିନଥାନ୍ତି।

ସ୍ପିଡ୍‌ ବୁଷ୍ଟ୍‌ ପାଇଁ ଦାବି କରୁଥିବା ଏହି ଆପ୍‌ଗୁଡ଼ିକ ଅସଲରେ ସ୍ମାର୍ଟଫୋନର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଅହରହ ଚାଲିଥାଏ। ଯାହା ଫଳରେ ଆପଣଙ୍କ ସ୍ମାର୍ଟଫୋନ୍‌ର ବ୍ୟାଟେରୀ ଶୀଘ୍ର ସରିଯାଇଥାଏ।

ବ୍ୟାଟେରୀ ସେଭ୍‌ ଆପ୍‌ସ

ଗୁଗଲ ପ୍ଲେ-ଷ୍ଟୋରରେ ଏମିତି ଅନେକ ଆପ୍‌ ଅଛି ଯାହା ଆପଣଙ୍କ ସ୍ମାର୍ଟଫୋନ୍‌ର ବ୍ୟାଟେରୀ ବଞ୍ଚାଇବା ଦାବି କରିଥାନ୍ତି। ତେବେ ପ୍ରକୃତରେ ଏହା କୌଣସି କାମ କରିନଥାନ୍ତି। ବିଭିନ୍ନ ଆନିମେସନ ଦ୍ୱାରା ଏହି ଆପ୍‌ଗୁଡ଼ିକ ୟୁଜରଙ୍କୁ ଭୁଆଁ ବୁଲାଇବା ଛଡ଼ା ଅନ୍ୟ କୌଣସି କାମ କରିନଥାନ୍ତି।

ସ୍ମାର୍ଟଫୋନ୍‌ରେ ଦିଆଯାଇଥିବା ବ୍ୟାଟେରୀ ଲିଥିୟମ୍‌ରେ ନିର୍ମିତ। ଏହି ବ୍ୟାଟେରୀ ନିଜର କ୍ଷମତା ଅନୁଯାୟୀ କାମ କରିଥାଏ। କୌଣସି ଆପ୍‌ ଏହା କ୍ଷମତା ବଢ଼ାଇ ପାରିବ ନାହିଁ।

ବ୍ଲଟ୍‌ୱେର୍ ଆପ୍‌

କିଛି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନରେ ଆରମ୍ଭରୁ ଅନେକ ଆପ୍‌ ଇନ୍‌ଷ୍ଟାଲ୍‌ ହୋଇ ରହିଥାଏ। ଏହି ଆପ୍‌ଗୁଡ଼ିକୁ ବ୍ଲଟ୍‌ୱେର୍ କୁହାଯାଏ। ଏହି ଅଦରକାରୀ ଆପ୍‌ର କୌଣସି କାମ ନଥାଏ। ଯଦି ଏହା ଅନ୍‌ଇନ୍‌ଷ୍ଟାଲ ହଉ ନାହିଁ ତେବେ ସେଟିଂକୁ ଯାଇ ଏହାକୁ ଡିସାବଲ୍‌ କରି ପାରିବେ। ନଚେତ୍‌ ଏହା ଆପଣଙ୍କ ଫୋନ୍‌ର ମେମୋରୀ ଫୁଲ୍‌ କରିଥାଏ।

କ୍ଲିନିଂ ଆପ୍‌ସ

କ୍ଲିନ୍‌ ମାଷ୍ଟର ଭଳି ପ୍ଲେ-ଷ୍ଟୋରରେ ଅନେକ କ୍ଲିନିଂ ଆପ୍‌ସ ରହିଛି। ଯଦି ଆପଣ ଏହି ଆପ୍‌ଗୁଡ଼ିକୁ ବ୍ୟବହାର କରୁଛନ୍ତି ତେବେ ସାବଧାନ। ଏହି ଆପ୍‌ଗୁଡ଼ିକ ଆପଣଙ୍କ ସ୍ମାର୍ଟଫୋନ୍‌ର ମେମୋରୀ ଫୁଲ୍‌ କରିା ବ୍ୟତୀତ ଅନ୍ୟ କୌଣସି କାମ କରିନଥାନ୍ତି। ଅନେକ ସମୟରେ ଡାଟା ଚୋରୀ ଭଳି ଅଭିଯୋଗ ଏହି ଆପ୍‌ଗୁଡ଼ିକ ଉପରେ ଲାଗିଥାଏଃ ନିକଟରେ କ୍ଲିନ୍‌ ମାଷ୍ଟର ଆପ୍‌ ଉପରେ ଏମିତି ଆରୋପ ଲାଗିଥିଲା।

ତେବେ ଯଦି ଆପଣଙ୍କ ସ୍ମାର୍ଟଫୋନ୍‌କୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଯଥା ସମ୍ଭବ ଉପରୋକ୍ତ ଆପଗୁଡ଼ିକଠାରୁ ଦୂରେଇ ରୁହନ୍ତୁ। ଯଦି ବର୍ତ୍ତମାନ ଏହା ଅପଣଙ୍କ ମୋବାଇଲରେ ଇନ୍‌ଷ୍ଟଲ ରହିଛି, ତେବେ ତୁରନ୍ତ ଏହାକୁ ଅନ୍‌-ଇନ୍‌ଷ୍ଟଲ କରନ୍ତୁ।

Comment