ଓଡ଼ିଶାଲାଇଭ ବ୍ୟୁରୋ

ଦଶହରା ଦର୍ଶକଙ୍କ ପାଇଁ ଖୁସି ଖବର। ଏଥର ରାତି ୧୨ଟା ଯାଏଁ ମେଲୋଡିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇ ପାରିବେ ଦର୍ଶକ। ରାତି ୧୨ଟା ଯାଏଁ ଟ୍ଵିନସିଟିରେ ମେଲୋଡି ଓ ଲାଉଡ ସ୍ପିକର ବାଜିପାରିବ। ଏନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ପୂର୍ବରୁ ଏହି ନିୟମ ରାତି ୧୦ଟା ଯାଏଁ ରହିଥିଲା। ରାତି ୧୦ଟା ସୁଦ୍ଧା ଟ୍ଵିନସିଟିରେ ସମସ୍ତ ମେଲୋଡି କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଉଥିଲା।

ଏହାସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। କମିସନରେଟ ପୋଲିସ ପକ୍ଷରୁ କଟକରେ ୬୩ ଓ ଭୁବନେଶ୍ଵରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Comment