ଓଡ଼ିଶାଲାଇଭ୍ବ୍ୟୁରୋ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ ଗୋପୀନାଥ ନାୟକ ଓରଫ ଗୋପୀ। ଅଭିଯୁକ୍ତ ଗିରଫ ନେଇ ଟୁଇଟ କରି ଜଣାଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ପୂର୍ବରୁ ୩ ଜଣ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ, ପ୍ରିତମ ଓ ଉଦିତଙ୍କୁ ଗିରଫ କରିଥିଲା କମିସନରେଟ୍‌ ପୋଲିସ।

ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ପୋଲିସ ସିସିଟିଭି ଫୁଟେଜ୍‌କୁ ଅଧାର କରି ପ୍ରାୟ ୨୫ ଜଣଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ୧୬ ଜଣ ନାବାଳକଙ୍କ ସମେତ ଜଣେ ଡିସିପିଙ୍କ ପୁଅ ମଧ୍ୟ ସାମିଲ ଥିଲେ।

ଜାନୁଆରି ୧୦ ତାରିଖରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଭୁବନେଶ୍ଵର ମାର୍କେଟ ବିଲ୍ଡିଂରେ ଗୁଣ୍ଡାରାଜ୍‌ କରିଥିଲେ। ଦୁର୍ବୃତ୍ତମାନେ ଦୋକାନୀମାନଙ୍କୁ ବାଡ଼େଇବା ସହ ଦୋକାନ ବଜାର ଭାଙ୍ଗି ଦେଇଥିଲେ। ଆକ୍ରମଣ ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ।

Comment