ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ବରିଷ୍ଠ ଅଫ୍‌-ସ୍ପିନର ହରଭଜନ ସିଂହଙ୍କ ଅବସରକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ଇଂଲଣ୍ଡରେ ହେବାକୁ ଥିବା ‘ଦ ହଣ୍ଡ୍ରେଡ ଲିଗ’ରେ ହରଭଜନ ସିଂହ ଖେଳିବା ନେଇ ଖବର ଶୁଣିବାକୁ ମିଳିବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କ ଅବସର କଥା ଆହୁରି ତୀବ୍ର ହୋଇଥିଲା। ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ହରଭଜନ।

ନିଜ ଖରାପ ଫର୍ମ ଯୋଗୁଁ ବହୁ ଦିନଧରି ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଛନ୍ତି ହରଭଜନ ସଂହ। ତେବେ ନିକଟରେ ଇଂଲଣ୍ଡରେ ହେବାକୁ ଥିବା ‘ଦ ହଣ୍ଡ୍ରେଡ ଲିଗ’ରେ ହରଭଜନ ସିଂହ ଖେଳିବା ନେଇ ଚର୍ଚ୍ଚା ହେଉଥିଲା। ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ କ୍ରିକେଟରୁ ହରବଜନ ଅବସର ନେଇପାରନ୍ତି ବୋଲି ଖବର ଅସୁଥିଲା। କାହିଁକି ନା ବିସିସିଆଇ ନିୟମ ଅନୁଯାୟୀ, ଜଣେ ଭାରତୀୟ କ୍ରିକେଟର ବିନା ଅବସରରେ ବାହାର ଦେଶର କୌଣସି ଲିଗ୍‌ ମ୍ୟାଚ୍‌ରେ ଖେଳିପାରିବନି।

ଏନେଇ ଶନିବାର ହରଭଜନ ସିଂହ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଗତ ଦୁଇଟି ଯାକ ଆଇପିଏଲ ସଂସ୍କରଣରେ ମୁଁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିଆସୁଛି। ଆଗକୁ ମଧ୍ୟ ମୁଁ ଚେନ୍ନାଇ ପକ୍ଷରୁ ହିଁ ଆଇପିଏଲ ଖେଳିବି। ଯଦି ମୋ ନାଁ ‘ଦ ହଣ୍ଡ୍ରେଡ ଲିଗ’ରେ ଆସୁଛି, ତେବେ ମୁଁ ଏହାକୁ ପ୍ରତ୍ୟାହାର କରିବି। ମୋ ପାଇଁ ଆଇପିଏଲ ଓ ଚେନ୍ନାଇ ଗୁରୁତ୍ୱ ରହିବ।”

LEAVE A REPLY

Please enter your comment!
Please enter your name here