ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆ ଟେଷ୍ଟ ଦଳର ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଏବେ ନିଜ ପରିବାର ସହ ଛୁଡ଼ି କାଟୁଛନ୍ତି। କାହିଁକି ନାଁ ନିକଟରେ ରାହାଣେ ବାପା ହୋଇଛନ୍ତି। ତେବେ ସୋମବାର ନିଜ ଝିଅ ସହ ପ୍ରଥମ ଫଟୋ ସେୟାର କରିଛନ୍ତି ଆଜିଙ୍କ୍ୟ ରାହାଣେ। ଏହି ଫଟୋକୁ ରାହାଣେ ନିଜ ଟୁଇଟର ପେଜ୍‌ରେ ସେୟାର କରି ଫଟୋର ଟ୍ୟାଗ୍‌ ଲାଇନ୍‌ରେ ଲେଖିଛନ୍ତି,”ହ୍ୟାଲୋ”।

ଶନିବାର ରାହାଣେଙ୍କ ପତ୍ନୀ ରାଧିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହାପରେ ରାହାଣେଙ୍କୁ କ୍ରିକେଟ୍‌ ଜଗତର ବହୁ ଖେଳାଳୀଙ୍କ ଅଭିନନ୍ଦନର ସୁଅ ଛୁଟିଛି। ତେବେ ଶିଶୁର ଫଟୋ ଦେଖିବା ପାଇଁ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଥିଲା। ତେବେ ଆଜି ରାହାଣେ ନିଜ ଝିଅ ସହ ଏକ ଫଟୋ ଟୁଇଟରରେ ସେୟାର କରିଛନ୍ତି।

ଫଟୋରେ ରାହାଣେ ନିଜ ଝିଅକୁ ଧରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ସାଥିରେ ଅଛନ୍ତି ରାହାଣେଙ୍କ ପତ୍ନୀ ରାଧିକା।

ରାହାଣେ ୨୦୧୪ ମସିହାରେ ତାଙ୍କ ପିଲା ଦିନର ସାଙ୍ଗ ରାଧିକାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ଉଭୟ ସ୍କୁଲ ଜୀବନରୁ ଭଲ ସାଙ୍ଗ ରହି ଆସିଥିଲେ। ଗତ କିଛି ଦିନ ତଳେ ରାଧିକା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଗର୍ଭାବସ୍ଥା ହେବା ବେଳର ଫଟୋ ଶେୟାର କରିଥିଲେ।

ରାଧିକାଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ହରଭଜନ ସିଂହ, ସୁରେଶ ରାଇନା ଓ ରୋହିତ ଶର୍ମାଙ୍କ ଭଳି ଭାରତୀୟ କ୍ରିକେଟର କନ୍ୟା ସନ୍ତାନର ବାପା ହୋଇଛନ୍ତି।

Comment