ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୟାଦଶମୀରେ ଭାରତ ଫ୍ରାନ୍ସଠାରୁ ରାଫେଲ ଗ୍ରହଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ଗ୍ରହଣ କରିଛନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନର ମେରିଜନ୍‌କା ଫାସିଲିଟିଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ରାଫେଲ ଗ୍ରହଣ କରିଥିଲେ।

ଆର୍‌ବି ୦୦୧ ରାଫେଲକୁ ରାଜନାଥ ଫ୍ରାନ୍ସଠାରେ ଫୁଲ ଲଗାଇ ପୂଜା କରିଥିଲେ। ରାଫେଲ୍‌ରେ ଓଁ ମଧ୍ୟ ଲେଖିଥିଲେ ରାଜନାଥ। ଏହାପରେ ସେ ଏହି ରାଫେଲ୍‌ରେ ଉଡ଼ାଣ ଭରିଥିଲେ।

ରାଜନାଥ ରାଫେଲ୍‌ ବିମାନରେ ପ୍ରାୟ ୨୫ ମିନିଟ୍‌ ଉଡ଼ାଣ କରିଥିଲେ। ରାଜନାଥ ରାଫେଲରେ ଉଡ଼ାଣ ବେଳେ ଜି ସୁଟ୍‌ ପିନ୍ଧିଥିଲେ। ଏହା ପୂର୍ବରୁ ରାଜନାଥ ତେଜସ ବିମାନରେ ଉଡ଼ାଣ ଭରିଥିଲେ।

Comment