ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଦ ହେବନାହିଁ ବିଏସ୍ଏନ୍ଏଲ୍ ସେବା। ଏନେଇ ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ। ଜାତୀୟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଏଭଳି କଥାର କୌଣସି ଆଧାର ନଥିବା କଥା କହିଛନ୍ତି ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ।

ବିଏସ୍ଏନ୍ଏଲ୍ ସେବା ବନ୍ଦ ହେବା ନେଇ ଖବର ପ୍ରକାଶ ହୋଇଥିଲା। ତେବେ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ବିଏସ୍ଏନ୍ଏଲ୍ ସେବା ବନ୍ଦ ହେବ ନାହିଁ ବୋଲି କହିଛନ୍ତି ଓଡ଼ିଶା ବିଏସ୍ଏନ୍ଏଲ୍‌ର ସିଜିଏମ। ଏହି ଖବରର କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି।

ବିଏସ୍ଏନ୍ଏଲ୍ ବନ୍ଦ ନହେବା ନେଇ ମଧ୍ୟ ବିଏସଏନଏଲ ମୁଖ୍ୟ ମହାପ୍ରବନ୍ଧକ ଉଦୟ ଶଙ୍କର ପଣ୍ଡାଙ୍କ ସ୍ପଷ୍ଟ କରିଛନ୍ତି। ଗ୍ରାହକମାନେ ଏ ପ୍ରକାର ଅପପ୍ରଚାର ପ୍ରତି ଦୃଷ୍ଟି ନଦେବାକୁ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comment