ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ପୋଲିସ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର। ନବରଙ୍ଗପୁର ଏଡିଏମଓ ଶୋଭାରାଣୀ ମିଶ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିତିନ କୁସଲକରଙ୍କ ତତ୍ୱାବଧାନରେ ଜିଲ୍ଲା ସଶସ୍ତ୍ର ସଂରକ୍ଷିତ ଆରକ୍ଷୀ କାର୍ଯ୍ୟାଳୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି।

ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ,  ନବରଙ୍ଗପୁର ସିଡିଏମଓ ସୁଶାନ୍ତ କୁମାର ସ୍ୱାଇଁ, ଜିଲ୍ଲା ବିଏସଏଫ କମାନଡେଣ୍ଟ, ଜଙ୍ଗଲ ବିଭାଗ ଅଧିକାରୀ, ନବରଙ୍ଗପୁର ରେଞ୍ଜର ପ୍ରମୁଖ ଉପସ୍ଥିତ ରହିଥିଲେ।

Comment