ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମଙ୍ଗଳବାର ୪୦୦ ପ୍ୟାକେଟ୍‌ ବିଦେଶୀ ସିଗାସେଟ୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧୨ ଲକ୍ଷ ଟଙ୍କା ହେବ। ଏନେଇ ରାଜସ୍ୱ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚର ଜାରି ରଖିଛି। ସୂଚନା ମୂତାବିକ, ଦୁଇ ଜଣ ବ୍ୟକ୍ତି ଏୟାର ଏସିଆ ବିମାନରେ ବେଆଇନ ଭାବେ ସିଗାରେଟ୍‌ ଚାଲାଣ କରୁଥିଲେ। ମାଲେସିଆର କୁଆଲା ଲାମପୁରରୁ ସଗାରେଟ୍‌ ନେଇ କୋଲକାତା ଯିବାର ଥିଲା। ହେଲେ ଭୁବନେଶ୍ୱର ବିମାନ ବନ୍ଦରରେ ରାଜସ୍ୱ ଗୁଇନ୍ଦା ବିଭାଗ ହାତରେ ଧରା ପଡ଼ିଛନ୍ତି ଏହି ଦୁଇ ବ୍ୟକ୍ତି। ଏହି ଦୁଇଜଣ କୋଲକାତାର ବ୍ୟବସାୟୀ ଥିବା ଜଣାପଡ଼ିଛି।

ନିକଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁନା ଚୋରଚାଲାଣର ପର୍ଦ୍ଦାଫାସ ହୋଇଥିଲା। ଚୋରାଚାଲାଣ ପାଇଁ ଅପରାଧିମାନେ ଭୁବନେଶ୍ୱରକୁ ସୁରକ୍ଷିତ ମଣୁ ଥିବା ବେଳେ ବର୍ତ୍ତମାନ ପ୍ରଶାସନ ପାଇଁ ଏହା ଚାଲେଞ୍ଜ ସୃଷ୍ଟି କରୁଛି।

Comment