ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରେ ଚାଲିଛି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହେବ।

ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗାଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସନ୍ଧ୍ୟା ସୁଦ୍ଧା ମାମାଲର ଶୁଣାଣି ଶେଷ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟସ୍ତତା ମାଧ୍ୟମରେ ସମାଧାନର ରାସ୍ତା ନମିଳିବାରୁ ଅଗଷ୍ଟ ୬ରୁ ସୁପ୍ରିମକୋର୍ଟରେ ଏହି ମାମଲାର ଦୈନିକ ଶୁଣାଣି କରାଯାଉଛି। ଗତ ୪୦ ଦିନ ହେଲା ଏମିତି ଲଗାତର ଶୁଣାଣି ଚାଲିଛି।

Comment