ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପନିର୍ବାଚନ ଲାଗି ଶନିବାର ଅର୍ଥାତ୍‌ ଆସନ୍ତାକାଲି ସରିବ ପ୍ରଚାର। ଶନିବାର ପ୍ରଚାର ସରୁଥିବାରୁ ଆଜି ବିଜେପୁରରେ ଜୋରଦାର ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ।

ବିଜେଡି ପ୍ରାର୍ଥୀ ରୀତା ସାହଙ୍କୁ ପାଇଁ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ଦୁଇ ଦିନ ହେଲା ନିଜେ ବିଜେପୁରରେ ପ୍ରଚାର କରୁଛନ୍ତି। ହାଇଟେକ୍‌ ବସ୍‌ରେ ରୋଡ ସୋ କରି ରୀତାଙ୍କ ପାଇଁ ଭୋଟ ମାଗୁଛନ୍ତି ନବୀନ।

ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ।

ବିଜେପୁରରେ ବିଜେଡି, ବିଜେପି ତୁଳନାରେ ପ୍ରଚାରରେ ପଛରେ ପଡ଼ିଯାଇଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର ଓ ସୁରେଶ ରାଉତରାୟ ପ୍ରମୁଖ ପ୍ରଚାର ପାଇଁ ବିଜେପୁର ଯାଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ଏକା ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ହେବ। ଏଥିରେ କିଏ ବିଜୟୀ ହେଉଛନ୍ତି ତାହା ଫଳାଫଳ ଆସିବା ପରେ ଜଣାପଡ଼ିବ।

Comment