ଓଡ଼ିଶାଲାଇଭ୍‌ ବ୍ୟୁରୋ

sarfraz ahmed

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ ଟିମର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଲାଗିଛି ବଡ଼ ଧରଣର ଝଟକା। ନିଜର ଖରାପ ପ୍ରଦର୍ଶନ ପାଇଁ ଶୁକ୍ରବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସର୍ଫରାଜଙ୍କୁ ଟିମ୍‌ର ଅଧିନାୟକ ପଦରୁ ବାହାର କରିଦେଇଛି। କେବଳ ସେତିକି ନୁହେଁ, ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟ ଏବଂ ଟି-୨୦ କ୍ରିକେଟ୍‌ରୁ ମଧ୍ୟ ସର୍ଫରାଜଙ୍କୁ ବାହାର କରାଯାଇଛି।

ଏନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଏହସାନ ମନି କହିଛନ୍ତି, “ଅଧିନାୟକ ପଦରୁ ସର୍ଫରାଜଙ୍କୁ ହଟାଇବା ଏକ କଠିନ ନିଷ୍ପତ୍ତି ଥିଲା। ଗତ କିଛି ସିରିଜକୁ ଦେଖିବାକୁ ଗଲେ ସର୍ଫରାଜଙ୍କ ପ୍ରଦର୍ଶନ ଖରାପ ରହିଛି। ଯାହା ସମସ୍ତଙ୍କୁ ନଜର ଆସୁଛି। ତେବେ ଦଳର ହିତ ପାଇଁ ବୋର୍ଡକୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି।”

୨୦୧୯-୨୦ ବର୍ଷ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ର ମ୍ୟାଚ୍ ପାଇଁ ବୋର୍ଡ କ୍ରିକେଟର ଅଜହର ଅଲ୍ଲୀଙ୍କୁ ପାକିସ୍ତାନ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ସେହିପରି କ୍ରିକେଟର ବାବର ଆଜମଙ୍କୁ ଟି-୨୦ ବିଶ୍ୱକପ୍(ଅଷ୍ଟ୍ରେଲିଆ-୨୦୨୦) ପର୍ଯ୍ୟନ୍ତ ଟି-୨୦ ଦଳର ଅଧିନାୟକ କରାଯାଇଛି। ଆସନ୍ତା  ନଭେମ୍ବର-ଡିସେମ୍ବର ମାସରେ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ ୨ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ।

Comment