ଓଡ଼ିଶାଲାଇଭ୍ ବ୍ୟୁରୋ

“ଶାନ୍ତି ଶୃଙ୍ଖଳା ସହ ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ମତଦାନରେ ଏପର୍ଯ୍ୟନ୍ତ କୌଣସି ଅସୁବିଧା ଦେଖାଯାଇନାହିଁ। ଆଶା କରାଯାଉଛି ଯେ, ଅଧିକ ପ୍ରତିଶତ ମତଦାନ ହେବ” ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ କେ ଲୋହାନି କହିଛନ୍ତି।
ବିଜେପୁର ଉପନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଚାଲିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ କେ ଲୋହାନି ଗଣମାଧ୍ୟକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ମତଦାନରେ କୌଣସି ଅସୁବିଧା ହୋଇନାହିଁ। ମକ୍ପୁଲ ବେଳେ ଗୋଟଏ ବାଲାଟ୍ ଏବଂ ୭ଟି ଭିଭିପାଟ୍ରେ ତ୍ରୁଟି ଥିବା ଜଣାପଡ଼ିଥିଲା। ମତଦାନ ଆରମ୍ଭ ପରେ ମାତ୍ର ଗୋଟିଏ ଭିଭିପାଟ୍ରେ ତ୍ରୁଟି ଥିବା ଜଣାପଡ଼ିଛି। ଲାଟେଷ୍ଟ ମଡେଲ ଭିଭିପାଟ୍ ପାଇଁ ସବୁ ଠିକ୍ ଚାଲିଛି।”
ଅନ୍ୟପକ୍ଷରେ ବିଜେପୁରର ବରପାଲି ଅଗଲପୁରରେ ଜଣେ ୧୦୦ ବର୍ଷୀୟା ବୃଦ୍ଧା ମତଦାନ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ କେ ଲୋହାନି।

ଏଥର ବିଜେପୁର ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ। ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡାଙ୍କ ସମେତ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି।ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଜେପୁରରେ ୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ୫ ପ୍ଲାଟୁନ୍ ସିଆର୍ଫିଏଫ୍ ଯବାନଙ୍କୁ ମୂତୟନ କରାଯାଇଛି। ସନ୍ଧ୍ୟା ୫ଟା ଯାଏଁ ମତଦାନ ଚାଲିବ।


















