ଓଡ଼ିଶାଲାଇଭ ବ୍ୟୁରୋ

ଲିପ୍ଟ ଦେବା ବାହାନାରେ କାର୍‌ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରେ।

ଘଟଣାଟି ଅକ୍ଟୋବର ୫ ତାରିଖରେ ଘଟିଛି। ଯୁବତୀ ଜଣକ ଭୁବନେଶ୍ଵରରୁ ଜୟପାଟଣା ଯାଉଥିଲେ। ସକାଳେ ଭବାନୀପାଟଣାରେ ବସ୍‌ ରହିବା ପରେ ଯୁବତୀ ଜଣକ ଶୌଚାଳୟ ଯାଇଥିଲେ। ସେଠାରୁ ଫେରିବା ବେଳକୁ ବସ୍‌ ଛାଡ଼ି ଦେଇଥିଲା।

ପରେ ଜଣେ କାର୍‌ ଚାଳକ ତାଙ୍କୁ ଜୟପାଟଣାରେ ଛାଡ଼ିଦେବାକୁ କହି ଲିପ୍ଟ ଦେଇଥିଲେ। ରାସ୍ତାରେ କାର ଚାଳକ ଜଣକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଲୋକଲଜ୍ଜା ପାଇଁ ଏତେ ଦିନ ଧରି ଚୁପ୍‌ ରହିବା ପରେ ମଙ୍ଗଳବାର ଥାନାରେ ଏତଲା ଦେଇଛନ୍ତି।

Comment