ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ରେ ଭାରତର କ୍ଲିନ୍ ସୁଇପ୍। ୩-୦ରେ ଦିକ୍ଷିଣ ଆଫ୍ରିକାକୁ ହରାଇ ଭାରତ ସିରିଜ ବିଜୟୀ ହୋଇଛି। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଘୁରିବୁଲୁଛି। ଏହି ଫଟୋରେ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ମ୍ୟାଚ୍ ସମୟରେ ଶୋଇପଡ଼ିଥିବା ଦେଖିବାକୁ ମିଳିଛି। ଏଥିପାଇଁ ରବି ଶାସ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି।
Shubman Gill Be Like.. :-
10 Cror/Year For sleeping..🙄
What A Lucky Guy He is..👇#RaviShastri #INDvSA pic.twitter.com/1b68b6UBhf— 🅰️®️🤘N…🚩 (@ArunMis11266482) October 21, 2019
ରିବି ଶାସ୍ତ୍ରୀଙ୍କ ଏହି ଫଟୋକୁ ନେଇ ଅନେକ ମିମ୍ସ ସୋସିଆଲ ମିଡିଆରେ ଘୁରିବୁଲୁଛି। ଲୋକମାନେ ରବି ଶାସ୍ତ୍ରୀଙ୍କ ଏହି ନିଦକୁ ୧୦ କୋଟି ଟଙ୍କାର ନିଦ ବୋଲି କହୁଛନ୍ତି। ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀଙ୍କ ବାର୍ଷିକ ଦରମା ହେଉଛି ୧୦ କୋଟି ଟଙ୍କା। ଏହାକୁ ନେଇ ସୋସିଆଲ ମିଡିଆରେ ଶାସ୍ତ୍ରୀଙ୍କୁ ଲୋକମାନେ ଟ୍ରୋଲ କରିଛନ୍ତି।

ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଦ୍ୱିତୀୟ ଇଂନିସରେ ଭାରତ ଦମ୍ଦାର ପ୍ରଦର୍ଶନ କରିଥିଲା। ଟିମ୍ ଇଣ୍ଡିଆର ଘାତକ ବୋଲିଂ ପଳରେ ଦକ୍ଷିଣ ଆଫ୍ରିକା ଟିମ୍ ମାତ୍ର ୧୩୨ ରନରେ ୮ଟି ୱିକେଟ୍ ହରାଇଥିଲା। ତେବେ ଏହି ମ୍ୟାଚ୍ର ଏକ ସମୟରେ କୋଚ୍ ରବି ଶାସ୍ତ୍ରୀ ପାଭିଲିୟନରେ ନିଦରେ ଶୋଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।


















