ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ବାହୁବଲୀ’ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ ବହୁ ପ୍ରତୀକ୍ଷିତ ସାହୋ ରିଲିଜ ପୂର୍ବରୁ ଫିଲ୍ମର ପ୍ରମୋଶନ ପାଇଁ ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ।

ଏହି ସୋ’ରେ କପିଲ ପ୍ରଭାସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କେବଳ ଏତିକି ନୁହେଁ ସୋ’ରେ ଅର୍ଚ୍ଚନା ପୂରଣ ସିଂହ ମଧ୍ୟ ପ୍ରଭାସଙ୍କୁ ପଚାରିଥିଲେ ଯେ ପ୍ରଭାସ ବଲିଉଡ ଫିଲ୍ମ ଦେଖନ୍ତି କି ନାହିଁ। ଏହା ଉତ୍ତରରେ ପ୍ରଭାସ କହିଥିଲେ ଯେ ହଁ। ତା ପରେ ଅର୍ଚ୍ଚନା ପଚାରିଥିଲେ ପ୍ରଭାସଙ୍କ ଫେଭରେଟ୍‌ ଫିଲ୍ମ କ’ଣ। ପ୍ରଭାସ ତାଙ୍କ ପ୍ରିୟ ଫିଲ୍ମ କହିଥିଲେ ‘ସୋଲେ’ ଓ ‘ଦଙ୍ଗଲ’।

ଏହି ସୋରେ  ପ୍ରଭାସଙ୍କୁ ତାଙ୍କ ଫେଭରେଟ୍‌ ବଲିଉଡ ଅଭିନେତ୍ରୀ କିଏ ବୋଲି ପଚରା ଯାଇଥିଲା। ପ୍ରଭାସ କହିଥିଲେ ଦୀପିକା ଓ ଆଲିୟା। ସେହିପରି ସଲମାନ ଖାନ ଓ ଶାହରୁଖ ତାଙ୍କ ଫେଭରେଟ ହିରୋ ବୋଲି ପ୍ରଭାସ କହିଥିଲେ।

Comment