ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ସାହୋ’ ରିଲିଜ୍ ହେବାର ଚାରି ମାସ ପରେ ପୁଣି ସୁଟିଂ ସେଟ୍‌କୁ ଫେରୁଛନ୍ତି ସାଉଥ୍ ସୁପର୍‌ଷ୍ଟାର ପ୍ରଭାସ। ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ଜାନ୍‌’ର ଶୁଟିଂ ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହି ଘୋଷଣା କରିଛନ୍ତି।

‘ଜାନ୍‌’ ଫିଲ୍ମର ଶୁଟିଂ ହାଇଦ୍ରାବାଦ୍‌ର ରାମୋଜି ଫିଲ୍ମ ସିଟିରେ ହେଉଛି। ଫିଲ୍ମଟି ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି। ଏଥିରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ ପୂଜା ହେଗ୍‌ଡେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ‘ସାହୋ’ ପରେ ଏହି ଫିଲ୍ମ ଆହୁରି ହିଟ୍‌ ହେବ ବୋଲି ଆଶା କରାଯାଉଛି।

Comment