ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଗିରିଶ ହେଉଛନ୍ତି ୧୯୮୫ ବ୍ୟାଚ୍‌ ଗୁଜୁରାଟ କ୍ୟାଡର ଆଇଏଏସ୍‌ ଅଫିସର। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ।

ସେହିପରି ଲଦାଖରେ ମଧ୍ୟ ଉପରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରାଧାକୃଷ୍ଣ ମାଥୁର ହୋଇଛନ୍ତି ଲଦାଖର ଉପରାଜ୍ୟପାଳ।

ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଥିଲା। ତାଙ୍କୁ ଗୋଆ ରାଜ୍ୟାପାଳ ଭାବେ ବଦଳି କରାଯାଇଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦେଇଥିଲେ କେନ୍ଦ୍ର ସରକାର। ସଂସଦରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହେବା ପରେ ଜମ୍ମୁ କଶ୍ମୀରରୁ ଲଦାଖ ଅଲଗା ହୋଇଥିଲା।

Comment