ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଶନରେ ବିସିଲେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ ତାମିଲନାଡୁର ଭେଲୋର ଜେଲ୍ରେ ଅନଶନରେ ବସିଛନ୍ତି। ଶନିବାର ସକାଳଠାରୁ ସେ କିଛି ଖାଇନାହାନ୍ତି। ଜେଲ ଦଣ୍ଡରୁ ମୁକ୍ତି ପାଇଁ ଦାବି କରି ନଳିନୀ ଅନଶନରେ ବସିଛନ୍ତି।
ନଳିନୀଙ୍କ କହିଛନ୍ତି ଯେ ସେ ଏବଂ ତାଙ୍କ ସ୍ୱାମୀ ମୁରଗନ୍ ଦୀର୍ଘ ୨୮ ବର୍ଷ ଧରି ଜେଲ୍ରେ ଅଛନ୍ତି। ସେ ୨୮ ବର୍ଷ ଧରି ନିଜ ଝିଅଠାରୁ ଦୂରରେ ଅଛନ୍ତି। ମୁରଗନ୍ଙ୍କ ବାପା ତାଙ୍କ ଝିଅକୁ ଛୋଟ ବେଳୁ ପାଳି ଅସିଛନ୍ତି। ବର୍ତ୍ତମାନ ସେ ଅସୁସ୍ଥ ଥିବାରୁ ନିଜ ଶ୍ୱଶୁରଙ୍କ ସେବା କରିବା ପାଇଁ ୧ ମାସ ପାରୋଲ ଦାବି କରିଛନ୍ତି ନଳିନୀ।
ଏନେଇ କୋର୍ଟରେ ଅନେକଥର ଆବେଦନ କରିଥିଲେ ମଧ୍ୟ ନଳିନୀଙ୍କୁ ପାରୋଲ ମିଳିନଥିଲା। ଶେଷରେ ଜେଲ୍ରେ ଅନଶନ କରିଛନ୍ତି ନଳିନୀ ଶ୍ରୀହରନ।
ଗତ ଜୁଲାଇ ମାସରେ ନିଜ ଝିଅ ବାହାଘର ପାଇଁ ନଳିନୀ ଏକ ମାସ ପାରୋଲରେ ଆସିଥିଲେ। ଏହା ପୂର୍ବରୁ ୨୦୧୮ରେ ତାଙ୍କ ବାପାଙ୍କ ଦେହାନ୍ତ ଘଟଣାରେ ଗୋଟେ ଦିନ ପାଇଁ ତାଙ୍କୁ ଛୁଟି ମିଳିଥିଲା।
ନଳିନୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଘଟଣାରେ ଫାସୀଦଣ୍ଡାଦେଶ ଘୋଷଣା କରାଯାଇଥିଲା। କିନ୍ତୁ ୨୦୦୦ ମସିହା ଏପ୍ରିଲ ୨୪ରେ ତାମିଲନାଡ଼ୁ ସରକାର ତାଙ୍କୁ ଆଜୀବନ କାରାଦାଣ୍ଡର ଦଣ୍ଡାଦେଶ ଘୋଷଣା କରିଥିଲେ।
ତାମିଲନାଡୁରେ ରାଜୀବ ଗାନ୍ଧିଙ୍କ ପ୍ରଚାର ସମୟରେ ଏକ ସଙ୍ଗଠନ ଆତ୍ମଘାତୀ ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣରେ ରାଜୀବ ଗାନ୍ଧି ପ୍ରାଣ ହରାଇଥିଲେ। ଏହାପରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇ ୧୯୯୧ ମସିହାରୁ ଜେଲ୍ରେ କଏଦ୍ ଥିଲେ। ଆଜୀବନ ଦଣ୍ଡାଦେଶ ଭୋଗୁଥିବା ଦୋଷୀ ହେଲେ ପେରାରିବଲନ, ମୁରଗନ୍, ନଳିନୀ, ଶାଂତନ, ରବିଚନ୍ଦ୍ରନ, ଜୟକୁମାର ଏବଂ ରବର୍ଟ ପାୟସ। ସମସ୍ତ ଦୋଷୀ ୨୧ ମେ’ ୧୯୯୧ ମସିହାରୁ ଜେଲ୍ରେ ଅଛନ୍ତି।