ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୁଇଟରରେ ଓଡ଼ିଆ ହାସ୍‌ ଟ୍ୟାଗ୍‌ ବ୍ୟବହାର କରି ନିଜ ବନ୍ଧୁ ପରିବାରବର୍ଗଙ୍କୁ ଜଣାନ୍ତୁ ଦୀପାବଳିର ଶୁଭେଚ୍ଛା। ଶନିବାର ଟୁଇଟର ଇଣ୍ଡିଆ ପକ୍ଷରୁ ଲଞ୍ଚ୍‌ କରାଯାଇଛି #ଶୁଭଦୀପାବଳି ହାସ୍‌ଟ୍ୟାଗ୍‌।

ନିଆ ଢଙ୍ଗରେ ଦୀପାବଳୀର ଶୁଭେଚ୍ଛା ଜଣାଇବା ପାଇଁ ଟୁଇଟର ଲଞ୍ଚ୍‌ କରି ସ୍ୱତନ୍ତ୍ର ହାସ୍‌ଟ୍ୟାଗ୍‌ ଇମୋଜି। ଭାରତର ୧୦ଟି ପ୍ରମୁଖ ଆଞ୍ଚଳିକ ଭାଷାକୁ ନେଇ ଟୁଇଟର ପ୍ରସ୍ତୁତ କରିଛି ୧୦ଟି ସ୍ୱତନ୍ତ୍ର ଦୀପାବଳି ହାସ୍‌ଟ୍ୟାଗ୍‌। ୟୁଜର ଏହି ହାସ୍‌ ଟ୍ୟାଗ୍‌ ବ୍ୟବହାର କରି ନିଜ ଆଞ୍ଚଳିକ ଭାଷାରେ ଦୀପାବଳିର ଶୁଭେଚ୍ଛା ଜଣାଇପାରିବେ।

୧୦ଟି ଭାଷା ମଧ୍ୟରେ ରହିଛି ଆମ ଓଡ଼ିଆ ଭାଷା। ଟୁଇଟର ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ହାସ୍‌ ଟ୍ୟାଗ୍‌ରେ ଓଡ଼ିଆରେ #ଶୁଭଦୀପାବଳି ରଖାଯାଇଛି। ଏହି ହାସ୍‌ ଟ୍ୟାଗ୍‌ଗୁଡ଼ିକୁ ବ୍ୟବହାର କରି ଟୁଇଟରରେ ଟ୍ରେଣ୍ଡ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Comment