ଓଡ଼ିଶାଲାଇଭ୍‌ ବ୍ୟୁରୋ 

ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଏହାର iQoo Neo 855 ନାମକ ସ୍ମାର୍ଟଫୋନ ଚୀନ୍‌ରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୮୫୫ ପୋସେସର ଦିଆଯାଇଥିବା ବେଳେ ଏଥିରେ ୩୩ ୱାଟ୍‌ ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି। ଏହା ହେଉଛି ପୂର୍ବରୁ ଲଞ୍ଚ୍‌ ହୋଇଥିବା iQoo Neo ସ୍ମାର୍ଟଫୋନ ଭଳି। ଏହାକୁ ଗତ ଜୁଲାଇରେ ସ୍ନାପଡ୍ରାଗନ ୮୪୫ ପ୍ରେସେସର ସହ ଲଞ୍ଚ୍‌ କରାଯାଇଥିଲା।

Vivo iQoo Neo 855 ସ୍ମାର୍ଟଫୋନର ୪ଟି ଭାରିଏଣ୍ଟ ଲଞ୍ଚ୍‌ କରାଯାଇଛି। ଭାରତୀୟ ମୁଦ୍ରା ଅନୁଯାୟୀ, 6GB + 64GB ଭାରିଏଣ୍ଟ୍‌ର ମୂଲ୍ୟ ୨୦ ହଜାର ଟଙ୍କା ରହିଥିବା ବେଳେ 6GB + 128GB ଭାରିଏଣ୍ଟର ମୂଲ୍ୟ ୨୩ ହଜାର ଟଙ୍କା ରହିଛି। ସେହିପରି 8GB + 128GB ଭାରିଏଣ୍ଟର ମୂଲ୍ୟ ୨୫ ହଜାର ଟଙ୍କା ରହିଥିବା ବେଳେ 8GB + 256GB ଭାରିଏଣ୍ଟର ମୂଲ୍ୟ ୨୭ ହଜାର ଟଙ୍କା ରହିଛି।

ଆସନ୍ତା ନଭେମ୍ବର ୧ରୁ Vivo iQoo Neo 855 ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ।

ସ୍ପେସିଫିକେସନ

ଡୁଅଲ ନାନୋ ସିମ୍‌ ସପୋର୍ଟ ଥିବା Vivo iQoo Neo 855 ସ୍ମାର୍ଟଫୋନ ଆଣ୍ଡ୍ରଏଡ୍‌ ୯ ପାଇ ଭର୍ସନଯୁକ୍ତ ଫନଟଚ୍‌ ଓଏସ୍‌ ୯ରେ ଚାଲୁଛି। ଏଥିରେ ଇନ୍‌-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି। ଏଥିରେ ୬.୩୮ ଇଞ୍ଚ ଫୁଲ ଏଚ୍‌ଡି ପ୍ଲସ (୧୦୮୦x୨୩୪୦ ପିକ୍ସେଲ) ଆମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି। ଏହା ସହ ସ୍ମାର୍ଟଫୋନରେ 2.84GHz ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ରହିଛି।

ଫଟୋଗ୍ରାଫି ପାଇଁ ୧୨ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏଥିରେ ରହିଛି  ଟ୍ରିପଲ ରିୟର କ୍ୟାମେରା ସେଟ୍‌-ଅପ୍‌। ସେହିପରି ସେଲ୍‌ଫି ପାଇଁ ଡୁଅଲ ପିକ୍ସେଲ ଟେକ୍ନୋଲୋଜି ସହ ୧୨ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଏଥିରେ ୪,୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here